ବେଦ ରେ ଶାବ୍ଦିକ ପରିବର୍ତ୍ତନ ଅସମ୍ଭବ କାହିଁକି?

This Oriya translation has been contributed by Shri Akhila. Original post in English is available at http://agniveer.com/2697/no-textual-corruption-in-vedas/

(ଯୁଗ ଯୁଗ ଧରି ବେଦ ର ଅପରିବର୍ତ୍ତନଶିଳତା କେମିତି ସୁନିଶ୍ଚିତ  ରହିଛି, ଜାଣିବା ପାଇଁ ଏହି ରଚନାକୁ ଧ୍ୟାନ ପୁର୍ବକ  ପଢ଼ନ୍ତୁ | ଆମେ ଅନେକ ବିଦ୍ବାନଙ୍କୁ ଆଭାର ପ୍ରକାଶ କରୁଛୁ, ଯାହାର ମୁଳସ୍ରୋତ ପ୍ରତି ଆମେ ଅଜ୍ଞ, କିନ୍ତୁ ସେମାନଙ୍କ ଜ୍ଞାନ ଏହି ରଚନା ରେ ବ୍ୟବହାର ହୋଇଛି | )

ବେଦ କୁ ନିଜ ପ୍ରାରମ୍ଭିକ ଅବସ୍ଥା ରେ କେମିତି ସୁରକ୍ଷିତ ରଖାଯାଇଛି ସେଥି ପ୍ରତି ଏଠାରେ କିଛି ବିଶ୍ଲେଷଣାତ୍ମକ ଏବଂ ନିରପେକ୍ଷ ମନ୍ତବ୍ୟ ପ୍ରସ୍ତୁତ କରାଯାଇଛି  | ବେଦ କୁ ନିଜ ବିଶୁଦ୍ଧ ସ୍ବରୁପ ବଜାୟ ରଖିବା ଏବଂ ସେଥିରେ କିଞ୍ଚିତ ବି ଫେର ବଦଳ ର ସମ୍ଭାବନା ନ ରହିବା ର କାରଣ ଗୁଡିକୁ ଅମେ ଏଠି ବିସ୍ତାର ସହ ଦେଖିବା | ବିଶ୍ବ ର ଅନ୍ୟ କୌଣସି ମୁଳ ଗ୍ରନ୍ଥ ର ସୁରକ୍ଷା ର ଏମିତି ପଦ୍ଧତି ର ଦାବା ଆଉ କେହି ବି କରି ପାରିବେ ନାହିଁ | ଆମ ପୁର୍ବଜ (ରୁଷି) ମନେ ବିଭିନ୍ନ ପ୍ରକାର ଉପାୟ ଦ୍ବାରା ବେଦ ମନ୍ତ୍ର ଗୁଡିକ ସ୍ମରଣ କରିବା ପାଇଁ ବିଧି ଆବିଷ୍କାର କରି ଯାଇଛନ୍ତି, ଯାହା ଦ୍ବାରା ବେଦ ମନ୍ତ୍ର ଗିଡିକର ସ୍ବର ସଙ୍ଗତ ଏବଂ ଉଚ୍ଚାରଣ କୁ ବି ସୁରକ୍ଷିତ ରଖା ଯାଇ ପାରିଛି |

ବେଦ ମନ୍ତ୍ର ଗୁଡିକର ସ୍ବର ରକ୍ଷଣ

ଆମ ପୁର୍ବଜ ମାନେ ନିୟମ ର ଆଧାର ରେ ଏହା ସୁନିଶ୍ଚିତ କରିଯାଇଛନ୍ତି କି ମନ୍ତ୍ର ଗାନ କରିବା ସମୟ ରେ ଯେମିତି ଗୋଟିଏ ଅକ୍ଷର ବା ମାତ୍ରା

ବା ସ୍ବର ରେ ତିଳେ ମାତ୍ର ବି ପରିବର୍ତ୍ତନ ନ ହୁଏ, ଏବଂ ମନ୍ତ୍ର ଗାୟନ ର ପୁର୍ଣ୍ଣ ଲାଭ ପ୍ରାପ୍ତ ହେଇ ପାରିବ | ସେମାନେ ଶବ୍ଦ ର ପ୍ରତ୍ୟକ୍ ଅକ୍ଷର ର ଉଚ୍ଚାରଣ ରେ ଲାଗିବାକୁ ଥିବା ସମୟ ନିର୍ଦ୍ଧାରିତ କଲେ, ଏବଂ ସେହି ସମୟ ର ପ୍ରତିଟି ଏକକ ବା ସମୟ ର ଅନ୍ତରାଳ କୁ “ମନ୍ତ୍ର” ବୋଲି କହିଲେ | ବେଦ ମନ୍ତ୍ର ଗୁଡିକୁ ଶୁଦ୍ଧ ସ୍ବରୁପ ରେ ଉଚ୍ଚାରିତ କରିବା ନିମନ୍ତେ ବିଦ୍ଧିବଦ୍ଧ ଶ୍ବସନକ୍ରିୟା ଦ୍ବାରା ଶରୀର ର ଏକ ନିର୍ଦ୍ଧିଷ୍ଟ ବାଂଛିତ ସ୍ପନ୍ଦନ ନିର୍ମାଣ କରିବା ପ୍ରକ୍ରିୟା ର ବିଜ୍ଞାନ କୁ ଯେଉଁ ବେଦାଙ୍ଗ ରେ ବର୍ଣନା କରାଯାଇଛି ତାହାକୁ “ଶିକ୍ଷା” କହନ୍ତି | ଯଦି ଆପଣ ବୈଦିକ ମନ୍ତ୍ର ସଂହିତା ଦେଖନ୍ତି ତ ଆପଣଙ୍କୁ ଅକ୍ଷର ଗୁଡିକ ମଧ୍ୟରେ କିଛି ଚିନ୍ହ ମିଳିବା | ଉଦାହରଣ ନିମନ୍ତେ ନିମ୍ନ ଛବି ଦେଖାନ୍ତୁ -

ଏହି ଚିନ୍ହ କୁ “ସ୍ବର ଚିନ୍ହ “ କହନ୍ତି | ଏହା ବେଦ ମନ୍ତ୍ର ର ଉଚ୍ଚାରଣ ପଦ୍ଧତି ଦର୍ଶାଇ ଥାଏ | ଏହି ଚିନ୍ହ ଯୋଗୁଁ ଏହା ତ ସୁନିଶ୍ଚିତ ହୋଇଯାଏ ଯେ ମନ୍ତ୍ର ରେ ଗୋଟିଏ ଅକ୍ଷର, ମାତ୍ରା, ବିନ୍ଦୁ, ବା ବିସର୍ଗ ରେ ବି ପରିବର୍ତ୍ତନ ଅସମ୍ଭବ | ପରମ୍ପରାଗତ ଗୁରୁକୁଳ ଗୁଡିକରେ ବିଦ୍ୟାର୍ଥୀମାନେ ବେଦମନ୍ତ୍ର ପାଠ ସମୟରେ ଏହି ସ୍ବର ଗୁଡିକୁ ନିଜ ହାତ ବ ମସ୍ତକ ର ଏକ ବିଶିଷ୍ଟ ଗତି ଦ୍ବାରା ସ୍ମରଣ କରନ୍ତି | ତେଣୁ ଯଦି କେବେ ବେଦ ମନ୍ତ୍ର ପାଠ କରିବା ଦେଖିବେ ତ ସେମାନଙ୍କ ହାତ ଏବଂ ମସ୍ତକ ର ଗତିବିଧି କୁ ଅନୁଧ୍ୟାନ କରିପାରିବେ | ଏବଂ ପାଠ ସମୟରେ ଯଦି କିଛି ବି ତୃଟି ମିଳେ ତ ତୁରନ୍ତ ଏବଂ ସହଜରେ ଠିକ୍ ବି କରି ହୁଏ |ଏହା ବ୍ୟତିତ ଭିନ୍ନ ଭିନ୍ନ ଗୁରୁକୁଳ ଗୁଡିକରେ ଭିନ୍ନ ଭିନ୍ନ ପ୍ରଣାଳୀ ରେ ନିଜର ବିଶେଷତା ବଜାୟ ରଖିବା ସହ ସ୍ବରଗୁଡିକୁ ଏକ ସମାନ ପଦ୍ଧତି ରେ ନିର୍ଦ୍ଧାରିତ ରଖନ୍ତି | ଏହା ଦ୍ବାରା ବୈଦିକ ମନ୍ତ୍ର ଗୁଡିକରେ ଶୁଦ୍ଧତା କୁ ଶେଷ ଅକ୍ଷର ଯାଏଁ ନିରୁପଣ କରାଯାଇ ପାରିବ |

ବେଦ ରେ ପାଠ – ରକ୍ଷଣ

ବେଦମନ୍ତ୍ର ର ଶବ୍ଦ ଏବଂ ଅକ୍ଷର ଗୁଡିକରେ ପରିବର୍ତ୍ତନ କୁ ରୋକିବା ନିମନ୍ତେ ଏକ ସ୍ବତନ୍ତ୍ର ବିଧି ର ଆବିଷ୍କାର କରାଗଲା | ଏହା ଅନୁସାରେ ବେଦମନ୍ତ୍ର ର ଶବ୍ଦ ଗୁଡିକୁ ବିଭିନ୍ନ ପ୍ରକାର ର ସମୁହ ସହ ଯୋଡା ଗଲା | ଯେମିତି – “ବାକ୍ୟ”, “ପଦ”, “କ୍ରମ” “ଜଟା”, “ମାଳା”, “ଶିଖା”, “ରେଖା”, “ଧ୍ବଜ”, “ଦଣ୍ଡ”, “ରଥ” ଏବଂ “ଘନ” | ଏସବୁ ଏକ ବେଦ ମନ୍ତ୍ର କୁ ବିଭିନ୍ନ କ୍ରମ-ସଞ୍ଚୟ ରେ ପଢିବାର ବିଧି ଦର୍ଶାନ୍ତି | କେତେ ବେଦ ବିଦ୍ବାନଙ୍କୁ “ଘନପାଠୀ” କହନ୍ତି | ଏହାର ଅର୍ଥ ସେମାନେ ମନ୍ତ୍ର ଗାନ ର ସେହି ଉଚ୍ଚ ଶ୍ରେଣୀ ର ଅଭ୍ୟାସ କରିଛନ୍ତି ଯାହାକୁ “ଘନ” କହନ୍ତି | ପାଠୀ ମାନେ ଯେ ପାଠ ଶିକ୍ଷା ଲାଭ କରିଛନ୍ତି | ଯେବେ ଅମେ କୌଣସି ଘନପାଠୀଙ୍କ ଗାନ ଶୁଣୁ ତ ଦେଖୁ ସେମାନେ ମନ୍ତ୍ର ର ଶବ୍ଦ ଗୁଡିକୁ ଅଲଗା ଅଲଗା ପ୍ରକାର ରେ ଏକ ଲୟବଦ୍ଧ ପ୍ରକ୍ରିୟା ରେ ଆଗ ପଛ କରି ଗା’ନ୍ତି | ଏହା ଅତ୍ଯନ୍ତ କର୍ଣପ୍ରିୟ ଅନୁଭୁତି | ଏମିତି ଲଗେ ଯେମିତି କାନରେ ଅମୃତ ବର୍ଷା ହୁଏ | ବେଦ ମନ୍ତ୍ର ର ମାଧୁର୍ଯ ଘନ ପାଠ ସହ ଅଧିକ ବଢି ଯାଏ | ଘନ ଭଳି ପାଠ ର ଅନ୍ୟ ବିଧି ଯେମିତି କି “କ୍ରମ” “ଜଟା”, “ମାଳା”, “ଶିଖା”, “ରେଖା”, “ଧ୍ବଜ”, “ଦଣ୍ଡ”, “ରଥ”  ଆଦି ବି ଦିବ୍ୟତା ପ୍ରଦାନ କରେ | ଏ ସବୁ ବିଧି ର ମୁଖ୍ୟ ଉଦ୍ଦେଶ୍ୟ, ଯାହାକି ଆଗରୁ ହିଁ କୁହାଯାଇଛି, ଏହା ସୁନିଶ୍ଚିତ କରିବା ଯେ ବେଦ ମନ୍ତ୍ର ରେ ତିଳେମାତ୍ର ପରିବର୍ତ୍ତନ ନ ହୁଏ | ବେଦ ମନ୍ତ୍ର ର ଶବ୍ଦ ଗୁଡିକୁ ଏମିତି ଗୁନ୍ଥାଯାଏ ଯେ ସେଗୁଡିକର ପ୍ରୟୋଗ କହିବା ଏବଂ ଆଗ-ପଛ ସସ୍ବର ପଠନ ରେ କରାଯାଇ ପାରେ | ପାଠ ବିଧି ରେ କୌଣସି ବିଶେଷ ପ୍ରକାର ର ବ୍ୟବହାର ବିନା “ବାକ୍ୟ ପାଠ” ବା “ସଂହିତା ପାଠ” ରେ ମନ୍ତ୍ର ଗାନ ସେମାନଙ୍କ ମୁଳ (ପ୍ରକୃତିକ) କ୍ରମ ରେ କରାଯାଏ |

ବାକ୍ୟ ପାଠ ରେ ମନ୍ତ୍ର ର କିଛି ଶବ୍ଦ ଗୁଡିକୁ ଏକ ସହ ସଂଯୁକ୍ତ କରାଯାଏ | ଏହାକୁ ସନ୍ଧି କହନ୍ତି | ତାମିଲ୍ ଶବ୍ଦ ରେ ବି ସନ୍ଧି ହୁଏ, କିନ୍ତୁ ଇଂରାଜୀ ଭାଷା ରେ ସନ୍ଧି ପ୍ରୟୋଗ ମିଳେ ନାହିଁ | “ତେବରମ୍, ତିରୁକ୍କୁରଲ୍, ତିରୁବଚ୍କମ୍ , ଦିବ୍ୟପ୍ରବନ୍ଧନ ଏବଂ ଅନ୍ୟ ତାମିଲ୍ ସାରସ୍ବତ କାର୍ଯ୍ୟ ରେ ସନ୍ଧି ପ୍ରୟୋଗ ର ଉଦାହରଣ ମିଳେ | ଓଡିଆ ସହିତ୍ୟ ରେ ବି “ ବୈଦହିସ ବିଳାସ” ଆଦି ରେ ସନ୍ଧି ପ୍ରୟୋଗ ର ଉନ୍ନତ ଏବଂ ମନମୁଗ୍ଧକର ରଚନା ର ଉଦାହରଣ ରହିଛି | ତାମିଲ୍ ବ୍ୟତିତ ସଂସ୍କୃତ ଭାଷା ରେ ଏକକ ଶବ୍ଦ ର ମହତ୍ବ ରହିଛି |

ସମ୍ହିତା ପାଠ ପରେ ଆସେ ପଦ ପାଠ | ପଦ ପାଠ ରେ ଶବ୍ଦ ଗୁଡିକର ସନ୍ଧି-ବିଚ୍ଛେଦ କରି ପଢାଯାଏ | ୟା ପରେ ଅସେ କ୍ରମ ପାଠ | କ୍ରମ ପାଠ ରେ ମନ୍ତ୍ର ର ଶବ୍ଦ ଗୁଡିକୁ ପ୍ରଥମ-ଦ୍ବିତୀୟ , ଦ୍ବିତୀୟ-ତୃତୀୟ, ତୃତୀୟ-ଚତୁର୍ଥ ( ୧-୨, ୨-୩, ୨-୩, ୩-୪) ଆଦି କ୍ରମ ରେ ଶେଷ ଶବ୍ଦ ଯାଏଁ ଯୋଡି ଯୋଡି କରି ପାଠ କରାଯାଏ |

ଦକ୍ଷିଣ ଭାରତ ରେ ପ୍ରାଚୀନ ରଚନା ଗୁଡିକରୁ ଜଣାପଡେ ଯେ ଅନେକ ମହତ୍ବପୂର୍ଣ ବ୍ୟକ୍ତିତ୍ବଙ୍କ ସମ୍ବନ୍ଧିତ ସ୍ଥାନର ଉଲ୍ଲେଖ ରେ “କ୍ରମବିତ୍ତାନ୍” ଉପାଧି କୁ ନାମ ସହ ଯୋଡା ଯାଏ | “କ୍ରମବିତ୍ତାନ୍” କ୍ରମବିଦ ର ତାମିଲ୍ ରୁପ | ଠିକ ସେମିତି ବେଦବିତ୍ତାନ୍ ବେଦବିଦ ର ତାମିଲ୍ ରୁପ | ଏସବୁ ଧାର୍ମିକ ରଚନା ଗୁଡିକରୁ ଜଣାପଡେ ଅତୀତରେ ଏମିତି ବୈଦିକ ବିଦ୍ବାନ ଦକ୍ଷିଣ ଭାରତ ରେ ସର୍ବତ୍ର ମିଳୁଥିଲେ | (ଧ୍ୟାନ ଦେବା ବିଷୟ ଏହା ଯେ ବୈଦିକ ପରମ୍ପରା ର ସୁରକ୍ଷା ରେ ଦକ୍ଷିଣ ଭାରତ ର ଯୋଗଦାନ ଅତ୍ଯନ୍ତ ମହତ୍ବପୂର୍ଣ | ଇତିହାସ ର ସଂକଟ କାଳ ରେ ଯେତେବେଳେ ଉତ୍ତର ଭାରତ ପଶ୍ଚିମ ଏସିଆ ର କ୍ରୁର ଆକ୍ରମଣ ର ସାମ୍ନା କରୁଥିଲେ, ଏବଂ ନିଜ ଅସ୍ତିତ୍ବ ନିମନ୍ତେ ସଂଘର୍ଷ କରୁଥିଲେ, ସେଇ ସମୟରେ ଦକ୍ଷିଣ ଭାରତ ର ବେଦ ପଣ୍ଡିତ ମାନେ ବେଦ ମନ୍ତ୍ର ଗୁଡିକୁ ରକ୍ଷା କରିବାରେ ନିଜକୁ ନିଯୁକ୍ତ କରିଥିଲେ |)

ଜଟାପାଠ ରେ ପ୍ରଥମେ କ୍ରମ ପାଠ ଭଳି ମନ୍ତ୍ର ର ପ୍ରଥମ – ଦ୍ବିତୀୟ, ଦ୍ବିତୀୟ – ତୃତୀୟ ଆଦି କ୍ରମ ରେ ଶବ୍ଦ ଗୁଡିକୁ ଯୋଡି ଆଗ ପଛ କରି ପାଠ କରାଯାଏ | ଶିଖା ପାଠ ରେ ଜଟାପାଠ ଭଳି ଦୁଇ ସ୍ଥାନ ରେ ତିନୋଟି ଶବ୍ଦ ସମ୍ମଳିତ କରାଯାଏ |

ଏସବୁ ପାଠ ଅପେକ୍ଷା ଘନ ପାଠ ଅଧିକ କଠିନ | ଘନ ପାଠ ରେ ଚାରୋଟି ଭେଦ ରହିଛି | ଏଥିରେ ମନ୍ତ୍ର ର ଶବ୍ଦ ଗୁଡିକ ର ମୁଳ କ୍ରମ ରେ ବିଶିଷ୍ଟ ପ୍ରକାର ରେ ପରିବର୍ତ୍ତନ କରି ବିବିଧ କ୍ରମ ସଞ୍ଚୟ ରେ ସଂଯୋଜିତ କରି ଆଗ ପଛ କରି ପାଠ କରାଯାଏ | ଏସବୁ କୁ ବିସ୍ତାର ପୁର୍ବକ ଅଙ୍କ ଗଣିତ ସହାୟତା ରେ ବୁଝି ହେବ |

ବେଦ ମନ୍ତ୍ର ର ନାଦ ସମସ୍ତ ଅନିଷ୍ଟ ରୁ ବିଶ୍ବ ର ରକ୍ଷା କରେ | ଯେମିତି ଜୀବନ ରକ୍ଷକ ଔଷଧ କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରୟୋଗଶାଳା ରେ ସମସ୍ତ ପ୍ରକାର ର ସାବଧାନୀ ନିଆ ଯାଏ, ସେମିତି ଆମ ପୁର୍ବଜ ମାନେ ବି ବେଦ ଗାନ ର ଅନେକ ବିଧି ର ଅବିଷ୍କାର କରିଛନ୍ତି ଶ୍ରୁତି ର ଧ୍ବନି ରେ ନିମିତ୍ତ ମାତ୍ରେପରିବର୍ତ୍ତନ କୁ ଏଡାଇବା ପାଇଁ |

ସମ୍ହିତା ପାଠ ଏବଂ ପଦ ପାଠ କୁ “ପ୍ରକୃତି ପାଠ“ (ଗାନ ର ପ୍ରାକୃତିକ ବିଧି) ବୋଲି କୁହାଯାଏ | କାରଣ ଏଥିରେ ଶବ୍ଦ ଗୁଡିକ ର ପାଠ ଏକବାର ସେମନଙ୍କ ପ୍ରାକୃତିକ କ୍ରମ (ମୁଳ ସ୍ବରୁପ) ରେ କରାଯାଏ | ଅନ୍ୟ ବିଧି ଗୁଡିକରେ ସମାବେଶ “ବିକୃତି ପାଠ” (ଗାନ ର କୃତ୍ରିମ ବିଧି) ରେ ବର୍ଗ ରେ ହୁଏ | କ୍ରମ ପାଠ ରେ ଶବ୍ଦ ଗୁଡିକକୁ ଅନେକ ନିୟମିତ ପ୍ରାକୃତିକ କ୍ରମ (ଏକ-ଦୁଇ-ତିନି) ଏପରି ପ୍ରସ୍ତୁତ କରାଯାଏ | ଏଥିରେ ଶବ୍ଦ କୁ କ୍ରମ ର ଓଲଟା କରି ପଢା ଯାଏ ନାହିଁ | ଏଣୁ ଏହି ପାଠ ପୁର୍ଣ ରୁପରେ ବିକୃତି ପାଠ ନୁହେଁ  |

କ୍ରମ ପାଠ କୁ ଛାଡିଲେ, ବିକୃତି ପାଠ ସମୁଦାୟ ୮ ପ୍ରକାରର, ଏହାକୁ ସହଜତାର ସହ ସ୍ମରଣ ରଖିବା ପାଇଁ ଏକ ଛନ୍ଦ ରେ କୁହ ଯାଇଛି -

||जटा  माला   शिखा  रेखा  ध्वज  दण्डो  रथो  घनः

इत्यस्तौ -विक्र्तयः  प्रोक्तः   क्रमपुर्व  महर्षिभिः||

ଏ ସବୁ ଗାନ ପଦ୍ଧତି ର ଅଭିପ୍ରାୟ ବେଦ ର ସ୍ବର-ଶୈଳୀ ଏବଂ ଉଚ୍ଚାରଣ ର ଶୁଦ୍ଧତା କୁ ସଦା ସୁରକ୍ଷିତ ରଖିବା | ପଦ ପାଠ ରେ ଶବ୍ଦ ର ମୁଳ କ୍ରମ ରେ, କ୍ରମ ପାଠ ରେ ଦୁଇଟି ଲେଖାଏଁ  ଶବ୍ଦ କୁ ଏକ ସହ ଗାନ କରାଯାଏ, ଜଟା ପାଠ ରେ ଶବ୍ଦ ଗୁଡିକୁ ଆଗ-ପଛ କରି ଗାନ କରାଯାଏ | ସମସ୍ତ ପାଠ ବିଧି ରେ ଶବ୍ଦ ର ସଂଖ୍ୟା କୁ ଗଣନା କରି ନିଜ ଭିତରେ ସଠିକତା ନିରୁପଣ କରାଯାଇ ପାରେ | ଏବଂ ନିଶ୍ଚିତ ରୁପରେ ଏହା କୁହାଯାଇ ପାରେ ଯେ ଶବ୍ଦ ର ମୁଳ ରୁପ ରେ କୌଣସି ପରିବର୍ତ୍ତନ ସମ୍ଭବ ନାହିଁ |

ବିବିଧ ଗାନ ର ବିଧି ଦ୍ବାରା ହେଉଥିବା ଲାଭ କୁ ଏହି ଛୋଟ ଛନ୍ଦ ରେ କୁହାଯାଇଛି -

|| संहितापाठमात्रेण यत्फलं प्रोच्यते बुधैः

पदु तु द्विगुणं विद्यत क्रमे तु चा चातुर्गुनंवर्णक्रमे सतगुनं तयन्तु साहस्रकं ||

ଆମ ପୁର୍ବଜ ମାନେ ବହୁତ ସାବଧାନୀ ର ସହ ଏହା ସୁନିଶ୍ଚିତ କରିଛନ୍ତି ଯେ ବେଦ ର ଧ୍ବନୀରେ ତିଳେମାତ୍ର ବି ପରିବର୍ତ୍ତନ ର ସମ୍ଭାବନା ନ ରହେ | ଏଣୁ ଅଧୁନିକ ଶୋଧକର୍ତା ମାନଙ୍କ ଦ୍ବାରା ଅମ ଧର୍ମ ଗ୍ରନ୍ଥ ର ରଚନା କାଳ ର ନିର୍ଧାରଣକରିବା ନିମନ୍ତେ ଯେତେବେଳେ ଧ୍ବନି ର ପରିବର୍ତ୍ତନ କ୍ରମ ର ନିରୁପଣ କରିବା ର ପ୍ରୟାସ କରାଗଲା, ତାହା ଏଯାଏଁ ନିରର୍ଥକ ପ୍ରମାଣିତ ହେଲା |

ଅଧିକ ଆଉ କଣ କୁହାଯାଇ ପାରେ, ଦକ୍ଷିଣ ଭାରତ ରେ ଏବେ ବି ଏମିତି ବିଶିଷ୍ଟ ପାଠଶାଳାରହିଛି ଯେଉଁଠି ବେଦ ମନ୍ତ୍ର ବିଭିନ୍ନ ସାଧନ ଦ୍ବାରା କଣ୍ଠସ୍ଥ କରାଯାଏ | ଏବଂ ଭିନ୍ନ ଭିନ୍ନ ପାଠଶାଳା ରେ କଣ୍ଠସ୍ଥ ବେଦ ମନ୍ତ୍ର ର ତୁଳନା କଲେ ସେ ମଧ୍ୟରେ ଗୋଟିଏ ଅକ୍ଷର ର ବି ଫରକ୍ ମିଳେ ନାହି | ସ୍ମରଣ ରହୁ କି ଆମେ ହଜାର ହଜାର ଅକ୍ଷର ବିଷୟରେ କହୁଛେ !!! ଏବଂ ଅନ୍ତର କିଛି ବି ନାହିଁ | ଏଣୁ ବୈଦିକ ଦର୍ଶନ ର ତୀକ୍ଷ୍ଣ ଆଲୋଚନା କରୁଥିବା ମେକ୍ସ୍ମୁମୁଲ୍ଲର୍ ଙ୍କୁ ଏହା କହିବାକୁ ପଡିଥିଲା କି ସଂରକ୍ଷଣ କ୍ଷେତ୍ରରେ ବେଦ ସମାଜର ବିଶ୍ବ ରେ ଏକ ଆଶ୍ଚର୍ଯ୍ୟ |

ଚାଲନ୍ତୁ ଘନ ପାଠ ର ଏକ ଉଦାହରଣ ଦେଖିବା  -

ଏଠୁ ଏହି ବିଷୟରେ ସମ୍ୟକ ଧାରଣା ମିଳେ ଯେ କେମିତି ବେଦ ଗୁଡିକୁ ଏତେ ବିଶାଳ (ରୁଗ୍ ବେଦ ଏବଂ ଯଜୁର୍ବେଦ ରେ କ୍ରମଶଃ ୧୫୩,୮୨୬ ଏବଂ ୧୦୯,୨୮୭ ଶବ୍ଦ ରହିଛି) ହୋଇଥିବା ସତ୍ବେ ପୁରୁଷାନୁକ୍ରମେ କେବଳ ମୌଖିକ ପ୍ରସାରଣ ରେ ସୁରକ୍ଷିତ ରଖାଯାଇଛି | ଯେଉଁ ପଣ୍ଡିତ ଗୋଟିଏ ବେଦ ର ସମ୍ପୁର୍ଣ ଘନ ପାଠ ର ଅଭ୍ୟାସ କରନ୍ତି (ଯେଉଁଥି ପାଇଁ ସମ୍ପୁର୍ଣ ୧୩ ବର୍ଷ ସମୟ ଲାଗେ), ସେ ଘନ ପାଠୀ ବୋଲି ଜଣା ଯାନ୍ତି |

No-textual-corruption-in-Vedas--

ଘନ-ପଠନ ର ପ୍ରକ୍ରିୟା ର ନିୟମ :-

ଯଦି ବାକ୍ୟ ରେ ଶବ୍ଦ ର ମୁଳ କ୍ରମ ରହେ -

୧-୨-୩-୪-୫

ତେବେ ଘନ ପାଠ ର କ୍ରମ ରହିବ –

[୧-୨] [୨-୧] [୧-୨-୩] [୩-୨-୧] [୧-୨-୩]

[୨-୩] [୩-୨] [୨-୩-୪] [୪-୩-୨][୨-୩-୪]

[୩-୪] [୪-୩] [୩-୪-୫] [୫-୪-୩] [୩-୪-୫]

[୪-୫] [୫-୪] [୪-୫] [୫] ଇତି [୫]

ଯଜୁର୍ବେଦ ର ଏକ ମନ୍ତ୍ର କୁ ବିନା ସ୍ବର ସହ ଦେଖିବା ମୁଳ ସମ୍ହିତା ଏବଂ ପଦପାଠ ସହ | ଏବଂ ତାପରେ ଘନ ପାଠ ରେ ଶବ୍ଦ ର କ୍ରମ ଦେଖିବା |

ସମ୍ହିତା ପାଠ =

एषां पुरुषाणां -एषां पशूनां म भेर -म रो -मो एषां किन्चान अममत ||

ଅର୍ଥ –

ହେ ପରମେଶ୍ବର | ଅପଣ ଆମ ପୁରୁଷ ଏବଂ ପଶୁଙ୍କୁ ଭୟ ରହିତ କରନ୍ତୁ | ସେମାନେ କେବେ ପୀଡିତ ନ ରହନ୍ତୁ | ସେମାନଙ୍କ ସ୍ବାସ୍ଥ୍ୟ ରେ କେବେ ଅଭାବ ନ ରହୁ |

ପଦ ପାଠ =

एषां /पुरुषाणां /एषां /पशूनां /म /भेः /म /अराः /मो -इति -मो /एषां /
किं /चन /अममत /अममद -इत्य -अममत /

ଧ୍ୟାନ ଦେବେ =  ଏଥିରେ ନବମ ତଥା ଅନ୍ତିମ ବିରାମ ବିଶେଷଜ୍ଞ ଙ୍କ ନିମନ୍ତେ ଦିଆ ଯାଇଛି | ଯାହାକୁ ଅନଦେଖା କଲେ କୌଣସି ତୃଟି ନାହିଁ |

ଅର୍ଦ୍ଧବିରାମ ବ୍ୟତିତ ଯାହା “/” ଦ୍ବାରା ଦର୍ଶା ଯାଇଛି, ଘନ-ପଠନ (ସ୍ବର ରହିତ ; ସ୍ବର ସହ ଶୁଣିବା ଅତ୍ଯନ୍ତ ହର୍ଷ ପ୍ରଦାନ କରେ) ନିରନ୍ତର ପଠନ | ଏଥିରେ ସମାସ ଚିନ୍ହ (-) ବ୍ୟାକରଣ ର ବିଶେଷଜ୍ଞ ଙ୍କ ନିମନ୍ତେ ଦିଆ ଯାଇଛି | ପଠନ ରେ ଏହାର ପ୍ରଭାବ ରହେ ନାହିଁ |

घन पाठ =

एषां -पुरुषाणां -पुरुषाणां -एषां -एषां पुरुषाणां -एषां –एषां

पुरुषाणां -एषां -एषां पुरुषाणां -एषां /

पुरुषाणां -एषां -एषां पुरुषाणां पुरुषाणां -एषां पशूनां

पशूनां -एषां पुरुषाणां पुरुषाणां -एषां पशूनां /

एषां पशूनां पशूनां -एषां -एषां पशूनां -म म पशूनां -एषां -एषां पशूनां -म /

पशूनां -म म पशूनां पशूनां -म भेर -भेर -म पशूनां पशूनां -म भेः /

म भेर -भेर -मम भेर -मम भेर -मम भेर -म /

भेर -मम भेर -भेर -मरो आरो म भेर -भेर्म अराः /

म रो आरो मम रो मोमो आरो म म रो मो /

आरो मो मो आरो आरो मो एषां -एषां मो आरो आरो मो एषां /

मो एषां -एषां मो मो एषां किं किं -एषां -मो मो एषां किं / मो इति मो /

एषां किंकिं -एषामेषं किं -चान चान किं -एषां -एषां किं -चान /

किं चान चान किं किं चानममद -अममत चान किं किं चानममत /

चानममद -आममक् -चान चानममत /

अममद -इत्यममत /

ଏଥିରେ ଉଲ୍ଲେଖନୀୟ ବିଷୟ ଏହା ଯେ ସଂସ୍କୃତ ଶବ୍ଦ ରେ କ୍ରମ ର ମହତ୍ବ ରଖେ ନାହି | ଠିକ ଓଡିଆ ଭାଷା ଭଳି | ଯଦି ଇଂରାଜୀ ବାକ୍ୟ ର ଶବ୍ଦ ଗୁଡିକୁ ଅଗ ପଛ କରାଯାଏ, ଏହାର ଅର୍ଥ ସମ୍ପୁର୍ଣ ବଦଳି ଯାଏ | ଉଦାହରଣ ସ୍ବରୁପ ନିମ୍ନ ବାକ୍ୟ କୁ ଦେଖନ୍ତୁ  -

Rama vanquished ravana

ତେବେ ଘନ ପାଠ ରେ ଏହାର ପାଠ ହେବ -

Rama vanquished vanquished Rama Rama vanquished Ravana

Ravana vanquished Rama Rama vanquished Ravana,..

… ଏଭଳି |

ଏଠି ଦେଖାନ୍ତୁ ବାକ୍ୟ ର ଅର୍ଥ ସମ୍ପୁର୍ଣ ବଦଳି ଗଲା | କିନ୍ତୁ ସଂସ୍କୃତ ଭାଷା ରେ ଏ ଅସଂଗତି ଉତ୍ପନ୍ନ ହୁଏ ନାହିଁ | ଘନ ପାଠ ରେ ପ୍ରଥମ ଏବଂ ଅନ୍ତିମ ପଦ କୁ ଛାଡି ବାକି ସମସ୍ତ ଶବ୍ଦ କମ ସେ କମ ୧୩ ଥର ପୁନରାବର୍ତନ ହୁଏ | (ଉପର ଲିଖିତ ମନ୍ତ୍ର ରେ “ପଶୁନାମ୍” ଶବ୍ଦ କୁ ପରୀକ୍ଷା କରି ଦେଖାନ୍ତୁ |) ଏଣୁ ବେଦ ର ଥରେ ଘନ ପାଠ ର ଅର୍ଥ ୧୩ ଥର ପଦ ପାଠ ସହ ସମାନ |

ସାରାଂଶ:

ସମସ୍ତ ବେଦ ମନ୍ତ୍ର କୁ ବିନା କାଗଜ ବିନା ସ୍ୟାହୀରେ ଆଜି ଯାଏଁ ସୁରକ୍ଷିତ ରଖା ଯାଇଛି | (ପଶ୍ଚାତ୍ୟ ଗଣନା ଅନୁସାରେ ଏବେ ଯାଏଁ ତିନି ସହସ୍ର ବର୍ଷ ବିତି ଯାଇଛି ଏବଂ ଏହାଠୁ ପୁରୁଣା ଅନ୍ୟ କୌଣସି ପୁସ୍ତକ ନାହିଁ | ଏହା ଭାରତ ବର୍ଷ ର ଭାଷା ବିଜ୍ଞାନ ଅସାଧାରଣ ମହାନ ସିଦ୍ଧି | ଏଥି ପାଇଁ ସମସ୍ତ ଭାରତ ବାସୀ ଗର୍ବ ଅନୁଭବ କରିବା କଥା | ବେଦ ର ସହିତ୍ୟା କାବ୍ୟ ଏବଂ ଗଦ୍ୟ ର ଏକ ବିଭିଧତା ପୁର୍ଣ ସଂରଚନା | ଏହାକୁ କଣ୍ଠସ୍ଥ କରି ରଖା ଯାଇଛି | ଗୁରୁ ଦ୍ବାରା ମୌଖିକ ରୁପରେ ପ୍ରତ୍ୟକ ଶବ୍ଦ ଏବଂ ସଂଯୋଜନା ସହିତ ଶୁଦ୍ଧ ମନ୍ତ୍ର ଉଚ୍ଚାରଣ (ସସ୍ବର) ର ଅଭ୍ୟାସ କରାଯାଏ | ଗୁରୁ ଙ୍କ ମୁଖରୁ ଥରେ ଶୁଣି ଶିଷ୍ୟ ଉଚିତ ସ୍ବରୂପରେ ଦୁଇ ଥର ପୁନରବୃତି କରିବା ପାରେ ସେ ଅବିରତ ମନ୍ତ୍ର ପଠନ କରିବା ଶିଖି ଯାଏ | ବୈଦିକ ଅବତରଣ କୁ ଅବିରତ ପଠନ କୁ ହି ସମ୍ହିତା ପାଠ କହନ୍ତି | ନ ଟି ବିଭିନ୍ନ ପଦ୍ଧତି ବା ସ୍ବର ଉଚ୍ଚାରଣ (ପଠନ) ର କୌଶଳ ର ଉପଯୋଗ ଦ୍ବାରା ବେଦ ର ମୁଳ ପାଠ କୁ ଅପରିବର୍ତ୍ତିତ ରଖାଯାଇଛି |

ପ୍ରଥମ ପଦ ପାଠ | ପଦ ର ଅର୍ଥ ହେଉଛି ଶବ୍ଦ, ଏବଂ ପାଠ ର ଅର୍ଥ ହେଉଛି ପଢିବା | ପଦ ପାଠ ରେ ପ୍ରତ୍ୟକ ନଶବ୍ଦ କୁ କେବଳ ଅଲଗା ଅଲଗା କରି ପଢାଯାଏ | ମନ୍ତ୍ର ର ସମ୍ହିତା ପାଠ କୁ ପଦ ପାଠ ରେ ପରିବର୍ତ୍ତିତ କରିବା ସମୟ ରେ ସ୍ବର ରେ ଯେଉଁ ପରିବର୍ତ୍ତନ କରାଯାଏ ତାହା ଅତ୍ଯନ୍ତ ଜଟିଲ (ତାନ୍ତ୍ରିକ – Technical) ନିଶ୍ଚୟ, କିନ୍ତୁ ଏହାର ବିଶିଷ୍ଟ ମହତ୍ବ ରହିଛି | ଏହା ବ୍ୟତିତ ସସ୍ବର ପଠନ ର ଆଠ ଟି ଅନ୍ୟ ପ୍ରବିଧି ରହିଛି | ଏସବୁ ର ଏକ ମାତ୍ର ପ୍ରୟୋଜନ ସମ୍ହିତା ରେ ଗୋଟିଏ ବି ଶବ୍ଦ  ବା ଅକ୍ଷର ବା ମାତ୍ରା ର ପରିବର୍ତ୍ତନ କୁ ଏଡ଼ାଯାଇ ପାରେ | ବେଦ ର ସମସ୍ତ ପଠନ ବିଧି ରେ ସ୍ବର ର ମହତ୍ବପୂର୍ଣ୍ଣ ସ୍ଥାନ ରହିଛି | ଏହି ଆଠ ଟି ପଠନ ବିଧି ଗୁଡିକ ହେଲା – “କ୍ରମ” “ଜଟା”, “ମାଳା”, “ଶିଖା”, “ରେଖା”, “ଧ୍ବଜ”, “ଦଣ୍ଡ”, “ରଥ” | ପ୍ରତ୍ୟକ ବିଧି ରେ ଶବ୍ଦ ପଠନ ପ୍ରକ୍ରିୟା ର ମୁଳ କ୍ରମ ରେ ବିଶିଷ୍ଟ ପ୍ରଣାଳୀ ରେ ପରିବର୍ତ୍ତନ କରି କରମ ସଂଚୟ ସହ ନିଶ୍ଚିତ କର ହେଇଛି | ଏହି ସମସ୍ତ ବିସ୍ତୃତ ଏବଂ ପ୍ରବୁଦ୍ଧ ପଦ୍ଧତି ସହ ଏହା ସୁନିଶ୍ଚିତ କରିଦିଆଯାଇଛି ଯେ ମାନବତା ର ପ୍ରଥମ ଗ୍ରନ୍ଥ – ବେଦ ସମ୍ହିତା ଆଜି ବି ବିଶୁଦ୍ଧ ମୁଳ ସ୍ବରୁପ ରେ ଉପଲବ୍ଧ |

ପାଠ ର କ୍ରମ ରହିବ –

Print Friendly

Comments

  1. Prithvi says

    agniveerji
    great thanks to u for writing in odia , it needs more improvement and clear as there is no much translation in odia

      • Prithvi says

        akhilaji bahut bahu dhanyavaad apana odiya re yaku anubaad kale , mu madhya odhisa ru , aau agniveer website ku varshe helani visit karuchi , agniveer jaha lekhuchanti taku zakir nayak ra chela mane hazam kari paru nahnati , siye jaha kahila taha chela chamunda sabu jaks aiyte copy paste karibe , hee murkhan ju bhujaiyeba bhari kasthaw.

        • priyam says

          Bhai.. Zakir naik nuhe Zakaria naik. Amara Odia bhasa ku jadi Tulanatmaka bhave dekhajaye tebe sanskrit ra bahut nikata Ate.. Emiti ki Hindi ru mandya.. Apanamanaku Bahut bahut dhanyabad ki Odia bhasa se, prakash kalee.
          Priyam

      • says

        bahut bahut dhanyabad akhila bhai,,jadi apananka pakhare vedas in oriya meaning re achhi mote plzz link pathantu dhanya bad,,,,mo email id,,,mallicksarojkumar59@yahoo.com

Please read "Comment Policy" and read or post only if you completely agree with it. Comments above 2000 characters will be moderated. You can share your views here and selected ones will be replied directly by founder Sri Sanjeev Agniveer.

Leave a Reply

Your email address will not be published. Required fields are marked *

 characters available

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <strike> <strong>